ଆୟୁବ ପୁସ୍ତକ 34
Oriya Bible: Easy-to-Read Version
34 ତା’ପରେ ଇଲୀହୂ ତା’ର କଥାକୁ ଜାରିରଖି କହିଲା,
2 “ହେ ଜ୍ଞାନୀମାନେ ମୋ’ କଥା ମନଦେଇ ଶୁଣ, ଯାହା ମୁଁ କହିବାକୁ ଗ୍ଭହୁଁଛି।
ହେ ବୁଦ୍ଧିମାନ ମୋ’ କଥାକୁ ଧ୍ୟାନ ଦେଇ ଶୁଣ।
3 କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ,
ଠିକ୍ ଜିହ୍ୱା ଖାଦ୍ୟର ସ୍ୱାଦ ବାରିବା ପରି।
4 ତେଣୁ ଆସ ଏହିସବୁ ଯୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧ୍ୟରେ।
ଆମ୍ଭେ ସମସ୍ତେ ମିଶି ଶିଖିବା, ଭଲ କାହାକୁ କହନ୍ତି।
5 ଆୟୁବ କହେ, ‘ମୁଁ ନିରପରାଧୀ ଅଟେ।
ଏବଂ ପରମେଶ୍ୱର ମୋ’ ପ୍ରତି ଉଚିତ୍ ନ୍ୟାୟ କରି ନାହାନ୍ତି।
6 ମୁଁ ନିରପରାଧୀ ହେଲେବି ବିଗ୍ଭର ମୋ’ ବିରୁଦ୍ଧରେ ଯିବାରୁ ମୁଁ ମିଥ୍ୟାବାଦୀରେ ଗଣିତ ହୋଇଅଛି।
ମୁଁ ନିରପରାଧୀ ହେଲେବି ମୁଁ ବହୁତ କଷ୍ଟ ସହିଅଛି।’
7 “ଆୟୁବ ଭଳି ଆଉ କେହି ବ୍ୟକ୍ତି ଅଛନ୍ତି କି?
ଆୟୁବ ଖାତିରି କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
8 ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି।
ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।
9 ମୁଁ ଏହା କାହିଁକି କହିଲି।
କାରଣ ଆୟୁବ କହୁଛି, ‘ଜଣେ ଯଦି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।’
10 “ତୁମ୍ଭେମାନେ ବୁଝାମଣା ସମ୍ପନ୍ନ ମଣିଷ ମୋ’ କଥା ଶୁଣ।
କୌଣସି ମନ୍ଦକାର୍ଯ୍ୟ କରିବା ଅର୍ଥାତ୍ ପରମେଶ୍ୱରଙ୍କ ଦ୍ୱାରା ଅସମ୍ଭବ!
ସର୍ବଶକ୍ତିମାନ ପରମେଶ୍ୱର କୌଣସି ଭୁଲ୍ କରନ୍ତି ନାହିଁ।
11 ପରମେଶ୍ୱର ଜଣେ ବ୍ୟକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି।
ସେ ଲୋକଙ୍କୁ ଯାହା ପ୍ରାପ୍ୟ ତାହା ଦିଅନ୍ତି।
12 ଏହା ହିଁ ସତ୍ୟ ଅଟେ, ପରମେଶ୍ୱର କୁକର୍ମ କରନ୍ତି ନାହିଁ।
ସର୍ବଶକ୍ତିମାନ ପରମେଶ୍ୱର ନ୍ୟାୟ ଭ୍ରଷ୍ଟ କରନ୍ତି ନାହିଁ।
13 ପରମେଶ୍ୱରଙ୍କୁ ପୃଥିବୀର ଦାୟିତ୍ୱରେ ରହିବା ପାଇଁ କେହି ମନୋନୀତ କରି ନାହାନ୍ତି।
କେହି ତାଙ୍କୁ ସମଗ୍ର ପୃଥିବୀର ଦାୟିତ୍ୱ ଦେଇ ନାହିଁ।
14 ଯଦି ପରମେଶ୍ୱର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା
ଓ ନିଶ୍ୱାସପ୍ରଶ୍ୱାସକୁ କାଢ଼ି ନେବେ।
15 ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ।
ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ।
16 “ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ୟ,
ତା’ହେଲେ ମୋ’ କଥା ମନଦେଇ ଶୁଣ।
17 ଯେଉଁ ବ୍ୟକ୍ତି ସଚ୍ଚୋଟ ହେବାକୁ ଘୃଣା କରେ,
ସେ କେବେ ଶାସକ ହୋଇ ପାରିବ ନାହିଁ।
ଆୟୁବ, ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ ଓ ନ୍ୟାୟପରାୟଣ ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବ।
18 କେହି ଜଣେ ରାଜାକୁ କହେ କି, ‘ତୁମ୍ଭେ ଗୋଟିଏ ଅପଦାର୍ଥ?’
କିମ୍ବା କିଏ ନେତାମାନଙ୍କୁ କହେ, ‘ତୁମ୍ଭେମାନେ ଦୁଷ୍ଟ ଅଟ।’
19 ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ।
ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ।
କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
20 ଲୋକେ ହଠାତ୍ ମଧ୍ୟରାତ୍ରିରେ ହୁଏତ ମରି ଯାଇପାରନ୍ତି।
ଲୋକେ ହୁଏତ ବେମାର ହୋଇ ମୃତ୍ୟୁମୁଖରେ ପଡ଼ିପାରନ୍ତି।
ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।
21 “ପରମେଶ୍ୱର ଲୋକମାନଙ୍କର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରନ୍ତି।
ପରମେଶ୍ୱର ମଣିଷର ପ୍ରତ୍ୟେକ ପାଦ ଗତିକୁ ଜାଣନ୍ତି।
22 ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା
ଦୁଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କଠାରୁ ଲୁଗ୍ଭଇପାରେ।
23 ପରମେଶ୍ୱର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ।
ପରମେଶ୍ୱର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଗ୍ଭର କରିବାକୁ ଦରକାର ମନେ କରନ୍ତି ନାହିଁ।
24 ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ଯ୍ୟ କରନ୍ତି,
ପରମେଶ୍ୱର ସେମାନଙ୍କୁ ପ୍ରଶ୍ନ କରନ୍ତି ନାହିଁ।
ସେ ସେମାନଙ୍କୁ କେବଳ ଧ୍ୱଂସ କରିଦିଅନ୍ତି।
ତାଙ୍କ ସ୍ଥାନରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
25 ତେଣୁ ପରମେଶ୍ୱର ଜାଣନ୍ତି ଲୋକେ କ’ଣ କରନ୍ତି।
ସେଥିପାଇଁ ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତରେ ପରାଜିତ କରିବେ ଓ ସେମାନେ ଧ୍ୱଂସ ହେବେ।
26 ପରମେଶ୍ୱର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦେବେ।
କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ଶାସ୍ତି ଦେବେ, ଯେଉଁଠାରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।
27 କାରଣ ଦୁଷ୍ଟ ଲୋକେ ପରମେଶ୍ୱରଙ୍କୁ ମାନନ୍ତି ନାହିଁ।
ସେହି ମନ୍ଦ ଲୋକମାନେ ପରମେଶ୍ୱର ଯାହା ଗ୍ଭହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
28 ସେହି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି।
ଫଳରେ ସେହି ଗରିବମାନେ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
ଏବଂ ପରମେଶ୍ୱର ମଧ୍ୟ ସେମାନଙ୍କ ଡାକକୁ ଶୁଣନ୍ତି।
29 କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।
ତା’ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ।
ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ।
ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
30 ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି,
ତା’ହେଲେ ପରମେଶ୍ୱର ସେହି ବ୍ୟକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।
31 “ଏହା ଘଟିବ ଯଦି ସେ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହେ, ମୁଁ ଦୋଷୀ ଅଟେ।
ମୁଁ ଆଉ ପାପ କରିବି ନାହିଁ।
32 ହେ ପରମେଶ୍ୱର, ଯଦିଓ ମୁଁ ତୁମ୍ଭକୁ ଦେଖି ପାରୁ ନାହିଁ, ଜୀବନରେ କେଉଁଟା ଠିକ୍ ବାଟ ମୋତେ ତୁମ୍ଭେ ଶିକ୍ଷା ଦିଅ।
ଯଦି ମୁଁ କିଛି ଭୁଲ୍ କରିଛି, ମୁଁ ଆଉ ସେପରି ପୁଣି ଥରେ କରିବି ନାହିଁ।’
33 ଆୟୁବ, ତୁମ୍ଭେ ଗ୍ଭହୁଁଛ ପରମେଶ୍ୱର ତୁମ୍ଭକୁ ପୁରସ୍କୃତ କରନ୍ତୁ।
କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ।
ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମୋର ନୁହେଁ।
ତୁମ୍ଭେ କୁହ ମୋତେ ତୁମ୍ଭେ କ’ଣ ଭାବୁଛ।
34 ଜଣେ ଜ୍ଞାନୀ ବ୍ୟକ୍ତି ମୋ’ କଥା ଶୁଣିବ।
ଜଣେ ଜ୍ଞାନୀ ବ୍ୟକ୍ତି କହିବ,
35 ‘ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁହେ।
ଆୟୁବ ଯେଉଁ କଥା କୁହେ ସେଥିର କିଛି ଅର୍ଥ ହୁଏ ନାହିଁ।’
36 ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆଯିବା ଦରକାର।
କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦେଲା, ଯେମିତି ଜଣେ ଦୁଷ୍ଟ ବ୍ୟକ୍ତି ଉତ୍ତର ଦେବ।
37 ଆୟୁବର ବିଦ୍ରୋହ ତା’ର ଅନ୍ୟ ପାପ ସହିତ ଯୋଗ କରେ।
ଆୟୁବ ଆମ୍ଭ ସମ୍ମୁଖରେ ବସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ୱରଙ୍କ ବିଷୟରେ ଅତ୍ୟଧିକ କୁହେ।”
2010 by Bible League International